ନିଜ ସ୍ତ୍ରୀ ଓ ପାଞ୍ଚ ଜଣ ପିଲାଙ୍କୁ ଟାଙ୍ଗିଆରେ କାଟିଦେଲା ପାଗଳ ହତ୍ୟାକାରୀ, ଆଉ କହିଲା ମୁଁ ମାରିନି,ଭୂତ ମାରିଛି ସେମାନଙ୍କୁ,ଜାଣନ୍ତୁ ପୁରା ମାମଲା

ବିହାରରେ ଅପରାଧୀଙ୍କର ଅପରାଧ କରିବାର ସୀମା ବଢିଯାଇଛି। ଆଗାମୀ ଦିନରେ ହତ୍ୟା, ଡକାୟତିରୁ ଲାଗୁଛିକି ବିହାର ବର୍ତ୍ତମାନ ଅପରାଧୀମାନଙ୍କ ପାଇଁ ଭଲ ସ୍ଥାନ ଅଟେ। ବର୍ତ୍ତମାନର ଏକ ତାଜା ଖବର ଅନୁସାରେ ଏକ ଜଣେ ପାଗଳ ହତ୍ୟାକାରୀ ନିଜର ସ୍ତ୍ରୀ ଓ ୫ଜଣ ପିଲାଙ୍କୁ ଟାଙ୍ଗିଆରେ କାଟିଦେଲେ। କେବଳ ଏତିକି ନୁହେଁ, ଆରୋପୀ ଜଣକ କହିଲେକି ମୋ ଶରୀର ଭିତରେ ଭୁତ ପ୍ରବେଶ କରିଯାଇଥିଲା ଓ ଏମିତି ଲାଗୁଥିଲାକି ଯିଏବି କେହି ସାମ୍ନାକୁ ଆସିବ ତାଙ୍କୁ ମାରିଦେବି।

ଏହି ଘଟଣା ସିବାନ ଜିଲ୍ଲାର ଭଗବାନପୁର ଥାନା ଅନ୍ତର୍ଗତ ବଲହା ଅଲ୍ଲୀ ମର୍ଦନପୁରର ଅଟେ। ଯେଉଁଠି ଏକ ପାଗଳ ବାପା ନିଜର ସ୍ତ୍ରୀ ଓ ୫ଜଣ ପିଲାଙ୍କୁ ଟାଙ୍ଗିଆ ହାଣି ଦେଇଛନ୍ତି। ଆରୋପୀଙ୍କର ୨ଟି ଝିଅ ଓ ୩ଟି ପୁଅ ଥିଲେ। ପିତାଙ୍କ ଆଘାତ ଯୋଗୁଁ ଗୋଟେ ଝିଅ ସମେତ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

Google

 

ସ୍ତ୍ରୀ ଓ ପିଲାଙ୍କର ଅବସ୍ଥା ଗମ୍ଭୀର ଦେଖି ତାଙ୍କୁ ପାଟଣା ରେଫର କରିଦିଆଯାଇଛି। ପୋଲିସ ମୁତାବିକ, ଆରୋପୀଙ୍କ ନାମ ଅବଧେଶ ଚୌଧୁରୀ ଅଟେ। ସେ ବଲହା ଗାଁରେ ରୁହନ୍ତି। ଘଟଣା ବିଷୟରେ କୁହାଯାଉଛିକି ଅବଧେଶ ଚୌଧୁରୀଙ୍କର କିଛି କଥାକୁ ନେଇ ତାଙ୍କର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଇତିମଧ୍ୟରେ ପାଗଳ ସ୍ଵାମୀଜଣକ ଟାଙ୍ଗିଆ ସାହାଯ୍ୟରେ ନିଜର ପରିବାର ଉପରେ ଆକ୍ରମଣ କରିଦେଲେ।

ଅବଧେଶ ଚୌଧୁରୀଙ୍କ କହିବା କଥାକି,” ମୁଁ ଗେଟ ଖୋଲି ବାହାରକୁ ଯାଇଥିଲେ ଓ ଆସିଲା ବେଳକୁ ଘରକୁ ମୋ ଶରୀର ମଧ୍ୟରେ ଭୁତ ପଶିଯାଇଥିଲା ଓ ଯିଏବି ସାମ୍ନାକୁ ଆସିବ ତାକୁ ମାରିଦେବି ଲାଗୁଥିଲା, ଠିକ ସେହି ସମୟରେ ତାଙ୍କ ସମ୍ମୁଖକୁ ତାଙ୍କର ପରିବାର ଲୋକ ଆସିଗଲେ ଓ ସେ ଆକ୍ରମଣ କରିଦେଲେ।

ଏହି ମାମଲାର ସୂଚନ ପୋଲିସକୁ ଦିଆଯାଇଛି। ସୂଚୀନ ମିଳିବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେହି ପାଗଳ ବାପଙ୍କୁ ଗିରଫ କରିଛି। ଆରୋପୀ ନିଜର ଭୁଲ ସ୍ଵୀକାର କରିନେଇଛନ୍ତି। ଏଏସଆଇ ଶଶୀଭୂଷଣଙ୍କ କହିବା କଥାକି ସନ୍ଧାନର ଆରମ୍ଭରେ ସାମ୍ନାକୁ ଆସିଥିଲାକି ଆରୋପୀ ମାନସିକ ରୂପରେ ସ୍ଥିର ନଥିଲେ। ତଥାପି ବର୍ତ୍ତମାନ ମଧ୍ୟ ମାମଲାର ତଦନ୍ତ କରାଯାଉଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *