କୋହଲୀଙ୍କ ଉପରେ ବର୍ଷିଲେ ଗମ୍ଭୀର,ବୁମରାହଙ୍କୁ ନୂଆ ବଲରେ କେବଳ ଦିଆଗଲା ୨ ଓଭର ବୋଲିଂ କରିବାକୁ, ଇଏ କିପରି ଅଧିନାୟକ?ଜାଣନ୍ତୁ ପୁରା ଖବର

ପୂର୍ବ କ୍ରିକେଟର ଗୌତମ ଗମ୍ଭୀର ଅଷ୍ଟ୍ରେଲିଆ ବିରୁଦ୍ଧରେ ଦ୍ଵିତୀୟ ଦିନକିଆର ପରାଜୟ ପରେ କୋହଲୀଙ୍କ ଅଧିନାୟକତ୍ଵ ଉପରେ ପ୍ରଶ୍ନ ଉଠିଛି। ଏହି ପରାଜୟ ସହିତ ଭାରତୀୟ ଦଳ ତିନୋଟି ମ୍ଯାଚ ବିଶିଷ୍ଟ ସିରିଜ ହାରିଯାଇଛି। ଅଷ୍ଟ୍ରେଲିଆ ୨-୦ରେ ସିରିଜରେ ଆଗୁଆ ରହିଛି।

ଗମ୍ଭୀର କହିଲେକି ପ୍ରମୁଖ ଦୃତ ବୋଲର ଜସପ୍ରିତ ବୁମରାହଙ୍କୁ ନୂଆ ବୋଲରେ କେବଳ ଦୁଇ ଅଭର କରାଇବା କିଛି ବୁଝିହେଲା ନାହିଁ। ଗମ୍ଭୀର କହିଲେକି ଲଗାତାର ୱିକେଟ ନେବା କଥା କହୁଛୁ ଯଦି ପ୍ରମୁଖ ବୋଲରଙ୍କୁ ସୁଯୋଗ ନମିଳିବ ତେବେ କେମିତି ୱିକେଟ ମିଳିବ।

Google

ଗମ୍ଭୀର ଇଏସପିଏନ କ୍ରିକଇନ୍ଫୋକୁ କହିଛନ୍ତି, ‘ସତ କହିବାକୁ ଗଲେ ମୁଁ କୋହଲୀଙ୍କ ଅଧିନାୟକତ୍ୱ ବୁଝିପାରୁ ନାହିଁ। ଆମେ ନିରନ୍ତର କଥାବାର୍ତ୍ତା କରୁଛୁ ଯେ ଆମକୁ ଯଥାସମ୍ଭବ ୱିକେଟ ନେବାକୁ ପଡିବ ଏବଂ ଆରମ୍ଭରେ ପ୍ରତିଦ୍ବନ୍ଦୀଙ୍କ ବ୍ୟାଟିଂ ଲାଇନ ଅପକୁ ଭାଙ୍ଗିବାକୁ ପଡିବ, କିନ୍ତୁ ଆମର ମହତ୍ୱପୂର୍ଣ୍ଣ ବୋଲରଙ୍କଠାରୁ କେବଳ ଦୁଇଟି ଅଭର କରାଉଛନ୍ତି। ଦିନକିଆରେ ସାଧାରଣତଃ ୪-୩-୩ ଅଭରର ତିନୋଟି ସ୍ପେଲ ଥାଏ। କିମ୍ବା ସର୍ବାଧିକ ଚାରି ଅଭରର ଥାଏ।

ମହମ୍ମଦ ଶାମୀ ଭାରତୀୟ ବୋଲିଂର ଆକ୍ରମଣକୁ ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ଜସପ୍ରିତ ବୁମରାହ ବୋଲିଂ କରୁଥିଲେ। କିନ୍ତୁ ପଞ୍ଚମ ଅଭରରେ ନବଦୀପ ସୈନୀଙ୍କୁ ଅଣାଯାଇଥିଲା।

Google

ସେ କହିଛନ୍ତି, ‘ଯଦି ଆପଣ ଆପଣଙ୍କର ଅଗ୍ରଣୀ ଦ୍ରୁତ ବୋଲରଙ୍କୁ ଏକ ନୂଆ ବଲରେ ଦୁଇଟି ଓଭର ବୋଲିଂ କରିବା ପରେ ବନ୍ଦ କରିଦେଉଛନ୍ତି, ତେବେ ମୁଁ ଏହି ଅଧିନାୟକତ୍ୱ ନୁଝିପାରୁ ନାହିଁ। ଏହା ଟି-୨୦ କ୍ରିକେଟ ନୁହେଁ। ସତ କହିବାକୁ ଗଲେ ଏହା ବିରାଟଙ୍କର ଖରାପ ଅଧିନାୟକ ଅଟେ।

Google

ରବିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଭାରତୀୟ ଦଳ ବିରୁଦ୍ଧରେ ୩୯୦ରନର ବିଶାଳ ଲକ୍ଷ୍ୟ ରଖିଥିଲା ଓ ଏହାପରେ ବିରାଟ ସେନା ୩୩୮ ରନ ୯ ୱିକେଟ ବିନିମୟରେ କରିଥିଲେ। ଅଷ୍ଟ୍ରେଲିଆ ଏହି ମ୍ଯାଚକୁ ୫୧ରନରେ ଜିତିଥିଲା। ପ୍ରଥମ ଦିନକିଆକୁ ଭାରତୀୟ ଦଳ ୬୬ରନରେ ହାରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *