ନୃତ୍ୟ ପ୍ରଦର୍ଶନ ଦ୍ୱାରା ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଅଙ୍କିତା ଲୋଖଣ୍ଡେ,ସେଥି ପାଇଁ କରୁଛନ୍ତି ଅଭ୍ୟାସ,ଜାଣନ୍ତୁ ପୁରା ଖବର

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଖୁବ ଶୀଘ୍ର ‘ଜି ରିସ୍ତେ’ ଆୱାର୍ଡରେ ନୃତ୍ୟ ପରିବେଷଣ କରୁଥିବାର ଦେଖିବାକୁ ମିଳିବ | ଏହି ପ୍ରଦର୍ଶନର ବିଶେଷ କଥା ହେଉଛି ଯେ ସେ ଏଠାରେ ନିଜ ପୂର୍ବତନ ପ୍ରେମିକ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବାର ଦେଖାଯିବେ |

ଅଙ୍କିତା ନୃତ୍ୟ ପ୍ରଦର୍ଶନ ନିମନ୍ତେ ଖୁବ ଜୋରରେ ଅଭ୍ୟାସ କରୁଛନ୍ତି | ସେ ଏମିତିରେ ନୃତ୍ୟ ଅଭ୍ୟାସର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି | ଅଙ୍କିତା ଏହାର କ୍ୟାପସନରେ ଲେଖିଛନ୍ତି, ଏଥର ପ୍ରଦର୍ଶନ କରିବା ବହୁତ ଅଲଗା ଏବଂ କଷ୍ଟକର ଅଟେ |ମୋ ପାଇଁ ଏବଂ ତୁମ ପାଇଁ ଏହା ବହୁତ ଯନ୍ତ୍ରଣାଦାୟକ ଅଟେ |

Google

ଅଙ୍କିତାଙ୍କ ଏହି କଥା ଶୁଣି ସୋସିଆଲ ମିଡ଼ିଆ ୟୁଜର୍ସମାନେ ତାଙ୍କୁ ଉତ୍ସାହିତ କରିଥିଲେ | କୁହାଯାଉଛି ଯେ ଅଙ୍କିତା ଏବଂ ସୁଶାନ୍ତ ସାତ ବର୍ଷ ପର୍ଯ୍ୟନ୍ତ ସମ୍ପର୍କ ରଖିଥିଲେ | ୨୦୧୬ ମସିହାରେ ତାଙ୍କର ବ୍ରେକଅପ ହୋଇଯାଇଥିଲା | ଉଭୟଙ୍କର ଘନିଷ୍ଠତା ଜି ଟିଭିର ଶୋ ‘ପବିତ୍ର ରିସ୍ତା’ ମାଧ୍ୟମରେ ବଢିଥିଲା | ଉଭୟ ସମ୍ପର୍କକୁ ଗ୍ରହଣ କରିବା ମାତ୍ରେ ଉଭୟ ଲିଭ ଇନରେ ରହିବାକୁ ଲାଗିଲେ | ୨୦୧୬ ମସିହାରେ ଦୁହେଁ ବିବାହ କରିବାକୁ ମଧ୍ୟ ଘୋଷଣା କରିଥିଲେ କିନ୍ତୁ ପରେ ତାଙ୍କର ବ୍ରେକଅପ ହୋଇଯାଇଥିଲା | ଏହା ପରେ ସୁଶାନ୍ତଙ୍କ ଜୀବନରେ ରିୟା ଚକ୍ରବର୍ତ୍ତୀ ଆସିଥିଲେ | ସେହିପରି, ବର୍ତ୍ତମାନ ଅଙ୍କିତା ବିଜନେସମ୍ୟାନ ବିକ୍କୀ ଯେନଙ୍କ ସହିତ ସମ୍ପର୍କ ରଖିଛନ୍ତି |

ଉଲ୍ଲେଖନୀୟ କଥା ଏହା ଯେ, ସୁଶାନ୍ତ ୧୪ ତାରିଖ ଜୁନ ମାସ ୨୦୨୦ ରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ | ତେବେ ତାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଅକ୍ଷୁର୍ଣ୍ଣ ରହିଥିଲା, ଯାହାପରେ ସିବିଆଇ ଯାଞ୍ଚ ଆରମ୍ଭ କରିଥିଲେ | ସିବିଆଇ ଯାଞ୍ଚ ବର୍ତ୍ତମାନ ମଧ୍ୟ ଜାରି ରହିଛି ଏବଂ ଏହି ମାମଲାରେ ଅନେକ ମୋଡ ଓ ଅନେକ ପ୍ରକାରର ମାମଲା ସମ୍ନାକୁ ଆସିବାର ଦେଖିବାକୁ ମିଳିସାରିଛି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *