ଭାରତ ବନାମ ଅଷ୍ଟ୍ରେଲିଆ: ଜାଣନ୍ତୁ ପରାଜୟର କାରଣ କିଏ ?

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ସ୍ଵୀକାର କରିବାରେ କିଛି ଅସୁବିଧା ହେବ ନାହିଁକି ଦ୍ଵିତୀୟ ଅନ୍ତର୍ଜାତୀୟ ଦିନକିଆ ମ୍ଯାଚରେ ଆତ୍ମବିଶ୍ଵାସରେ ଭରି ରହିଥିବା ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଦେଇଛି। ଏଥିପାଇଁ ସେ ନିଜ ଦଳର ବୋଲରମାନଙ୍କୁ ଦାୟୀ ବୋଲି କହିଛନ୍ତି।

ଭାରତକୁ ରବିବାର ଦିନ ଦ୍ଵିତୀୟ ଦିନକିଆରେ ୫୧ରନର ପରାଜୟ ସାମ୍ନା କରିବାକୁ ପଡିଛି। ଯେଉଁଥିରେ ଅଷ୍ଟ୍ରେଲିଆ ତିନୋଟି ମ୍ଯାଚରୁ ୨-୦ରେ ଆଗୁଆ ରହିଛି। ଭାରତୀୟ ଦଳକୁ ପ୍ରଥମ ମ୍ଯାଚରେ ୬୬ରନର ପରାଜୟ ସାମ୍ନା କରିବାକୁ ପଡିଥିଲା।

Google

କୋହଲୀ ମ୍ଯାଚ ପରେ କହିଲେକି,” ସେ ଆମକୁ ଭଲ ଭାବରେ ପରାସ୍ତ କରିଦେଲେ। ମୋତେ ଲାଗୁଛିକି ଆମେ ବୋଲିଂ ଦ୍ଵାରା ସେତେଟା ପ୍ରଭାବ ଦେଖାଇପାରିଲୁ ନାହିଁ। ଆମେ ଲଗାତାର ସେହି ଲାଇନ ଓ ଲେଂଥରେ ବୋଲିଂ କରିପାରିଲୁ ନାହିଁ, ଓ ତାଙ୍କର ବୋଲିଂ କ୍ରମ ବହୁତ ଦୃଢ ଅଟେ। ସେମାନେ ପଡିଆର ସ୍ଥିତି ଓ କୋଣକୁ ବହୁତ ଭଲ ଭାବରେ ଜାଣିଛନ୍ତି।

ଅଷ୍ଟ୍ରେଲିଆ ଦେଇଥିବା ୩୯୦ରନର ଲକ୍ଷ୍ୟ ପିଛା କରି ଭାରତୀୟ ଦଳର ଅଧିନାୟକ କୋହଲୀ ୮୯ରନ ଓ କେଏଲ ରାହୁଲ ୭୬ରନର ଏକ ଅର୍ଦ୍ଧଶତକୀୟ ଇନିଙ୍ଗ୍ସ ଖେଳିବା ସତ୍ତ୍ୱେ ୯ ୱିକେଟ ବିନିମୟରେ ୩୩୮ରନ କରିପାରିଲେ।

ଭାରତୀୟ ଦଳର ଅଧିନାୟକ କହିଛନ୍ତିକି, ‘ସ୍କୋର ବୋର୍ଡକୁ ଦେଖନ୍ତୁ, ଆମେ ପାଖାପାଖି ୩୪୦ ରନ ସ୍କୋର କରି ପ୍ରାୟ ୫୦ରନରେ ହାରିଗଲୁ। ଆମେ ସବୁବେଳେ ଜାଣିଥିଲୁଯେ ଟାର୍ଗେଟର ପିଛାକରିବା ସହଜ ହେବ ନାହିଁ ଏବଂ ଗୋଟିଏ କିମ୍ବା ଦୁଇଟି ୱିକେଟ ପଡିଗଲେ, ଆମକୁ ପ୍ରତି ଓଭରରେ ୧୩ ରୁ ୧୬ ରନର ସ୍କୋର କରିବାକୁ ପଡିବ। ସେଥିପାଇଁ ଆମକୁ ଲଗାତାର ଶଟ ଖେଳିବାର ଥିଲା।’

Google

କୋହଲୀ କହିଲେକି ଅଷ୍ଟ୍ରେଲିଆ ଫିଲ୍ଡର ତାଙ୍କର ଓ ଶ୍ରେୟସ ଅୟରଙ୍କର ଯେଉଁ କ୍ୟାଚ ଧରିଛନ୍ତି ତାହା ମ୍ଯାଚର ଟର୍ନିଙ୍ଗ ପଏଣ୍ଟ ଥିଲା। ସେ କହିଲେକି ମୁଁ ଓ ରାହୁଲ କଥା ହେଉଥିଲୁକି ଯଦି ଆମେ ୪୦-୪୧ ଅଭର ପର୍ଯ୍ଯନ୍ତ ଖେଳିବା ତେବେ ଶେଷ ୧୦ଅଭରରେ ୧୦୦ରନ ରହିଲେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଆସିଲେ ସେହି ରନ ବନାଇହେବ। ଏହା ଆମର ରଣନୀତି ଥିଲା କିନ୍ତୁ ସେମାନେ କ୍ୟାଚ ଧରି ଋଣନୀତିକୁ ପଣ୍ଡ କରିଦେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *