ଭାରତରେ କିପରି ବଣ୍ଟନ କରାଯିବ ଟୀକା, କ’ଣ ଟୀକା ଲଗାଇବା ପରେ ହେବନାହିଁ କରୋନା, ଜାଣନ୍ତୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର

କରୋନା ଭାଇରସର ଟିକାକୁ ସାରା ଦୁନିଆ ଅପେକ୍ଷା କରିଛି | କିନ୍ତୁ ଟୀକା ଆସିବାପରେ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଅଛି |କ’ଣ ଏହି ଟିକା କରୋନା ସଂକ୍ରମଣକୁ ରୋକି ପାରିବ ? କ’ଣ ଟିକାର ଡୋଜ ପାଇବା ପରେ ଏହା ନିଶ୍ଚିତ ହୋଇଯିବ ଯେ ଏହାଦ୍ୱାରା ଆଉ କରୋନା ହେବନାହିଁ ? ଜଣେ ବ୍ୟକ୍ତିଙ୍କୁ କେତେ ଡୋଜ ଟିକା ଦିଆଯିବ ? ଭାରତରେ କରୋନା ଟିକା କିପରି ବଣ୍ଟନ କରାଯିବ ? ଆମେ ଆପଣଙ୍କ ପାଇଁ ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଆଣିଛୁ |

ଦେଶରେ ଏପରି ବଣ୍ଟନ କରାଯିବ ଟିକା :-

ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ଭାରତରେ ଯେଉଁଭଳି ଭାବରେ ନିର୍ବାଚନ ସମୟରେ ମତଦାନ ବୁଥଗୁଡ଼ିକ ସ୍ଥାପିତ ହୋଇଛି ସେହିପରି ଟୀକା ପାଇଁ ବୁଥ ତିଆରି କରିବାକୁ ଯୋଜନା କରାଯାଇଛି | ମତଦାନ ବୁଥ ପରି ଟିମଗୁଡିକ ଗଠନ ହେବ | ବ୍ଲକ ସ୍ତରରେ ରଣନୀତି ପ୍ରସ୍ତୁତ କରାଯିବ | ସରକାରୀ ଓ ଘରୋଇ ଡାକ୍ତରମାନଙ୍କୁ ଏହି ଅଭିଯାନ ପାଇଁ ବିଶେଷ ଦାୟିତ୍ୱ ଦିଆଯିବ | ଏହାସହିତ ଜନସାଧାରଣଙ୍କ ଅଂଶଗ୍ରହଣ ପାଇଁ ପ୍ରୟାସ ସହିତ ସେମାନଙ୍କୁ ଆବଶ୍ୟକ ତାଲିମ ଦିଆଯିବ |

ଟୀକାକରଣକୁ ନେଇ ବିଭିନ୍ନ ବିଭାଗରେ ବିଭିନ୍ନ ପ୍ରକାରର ଭୁଲ ଧାରଣା ରହିଥାଏ | ଏଥିପାଇଁ ସରକାର ପୂର୍ବରୁ ହିଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏହି ଦିଗରେ ସଚେତନତା ଅଭିଯାନ କରିବାକୁ କହି ସାରିଛନ୍ତି | ଏହା ବ୍ୟତୀତ ଟୀକାକରଣର କୌଣସି ଖରାପ ପ୍ରଭାବରେ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ମଧ୍ୟ ପ୍ରସ୍ତୁତ ହେବାକୁ କୁହାଯାଇଛି | କୌଣସି ଆଲର୍ଜି ପ୍ରତିକ୍ରିୟାର ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟମାନଙ୍କୁ ମେଡିକାଲ ସିଷ୍ଟମ ବଜାୟ ରଖିବାକୁ କୁହାଯାଇଛି |

Google

କିପରି ଷ୍ଟୋର ହୋଇଥାଏ ଏହି ଟୀକା ?

ଟିକାକୁ ଯେଉଁ ଗଭୀର ଫ୍ରିଜରରେ ରଖାଯାଇଥାଏ ତାକୁ ଆଇସ ଲାଇଣ୍ଡ ରେଫ୍ରିଜରେଟର କୁହାଯାଏ | ପ୍ରତ୍ୟେକ ୩୦ ମିନିଟରେ ଇଲେକ୍ଟ୍ରୋନିକ ଡିଭାଇସ ଏହାର ତାପମାତ୍ରାକୁ ଯାଞ୍ଚ କରିଥାଏ | ଭାରତରେ ଥିବା ରାଜ୍ୟଗୁଡ଼ିକରେ ଟିକା ଷ୍ଟୋର କରିବାପାଇଁ ପ୍ରାୟ ୨୩୦୦ ଆଇସ ଲାଇଣ୍ଡ ରେଫ୍ରିଜରେଟର ପୂର୍ବରୁ ଉପଲବ୍ଧ ଅଛି |

ପ୍ରଥମେ କାହାକୁ ଟିକା ଦିଆଯିବ ?

ମୋଦୀ ସରକାରଙ୍କ ମିଶନ ଟିକା ଅନୁଯାୟୀ ଆରମ୍ଭରେ ୩୦ କୋଟି ଟିକା ଭାରତରେ ଲଗାଇବାକୁ ଯୋଜନା କରିଛନ୍ତି | ପ୍ରାଥମିକତା ଆଧାରରେ ସ୍ୱାସ୍ଥ୍ୟ କର୍ମୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଟୀକାକରଣ କରିବାପାଇଁ ପ୍ରସ୍ତୁତି ଚାଲିଛି | ପ୍ରଥମ ପର୍ଯ୍ୟାୟରେ ଟୀକା ଯାହାକୁ ଦିଆଯିବ ତାଙ୍କୁ SMS ମାଧ୍ୟମରେ ଟୀକାକରଣର ତାରିଖ, ସମୟ ଏବଂ ସ୍ଥାନ କୁହାଯିବ | ମେସେଜରେ ଟିକା ପ୍ରଦାନ କରୁଥିବା ଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ମଧ୍ୟ ରହିବ |

ଟୀକାର କେତେ ଡୋଜ ଆବଶ୍ୟକ ?

ଏପର୍ଯ୍ୟନ୍ତ ଯେତକ ଟିକା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସମସ୍ତଙ୍କୁ ଦୁଇଟି ଡୋଜ ଦିଆଯାଇଛି | ଏଥିପାଇଁ ମାନାଯାଏ ଯେ କରୋନା ଟିକା ପାଇଁ ଦୁଇଟି ଡୋଜ ଆବଶ୍ୟକ | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଯେଉଁପରି ଭାବରେ ଟିକା ପ୍ରସ୍ତୁତି କରିଚାଲିଛି, ସେଥିରୁ ମଧ୍ୟ ଅନୁମାନ କରାଯାଉଛି ଯେ ଟିକାର ଦୁଇ ଡୋଜ ଆବଶ୍ୟକ ହେବ |

Google

ଟୀକାକରଣ ଉପରେ ନଜର ରଖାଯିବ କିପରି ?

ଠିକ ସମୟରେ ଦୁଇଟିଯାକ ଡୋଜକୁ ଦେବାପାଇଁ ମନ୍ତ୍ରଣାଳୟ କରୋନା ଭ୍ୟାକ୍ସିନ ଇଣ୍ଟେଲିଜେନ୍ସ ନେଟୱାର୍କ ପ୍ରସ୍ତୁତ କରିଛି | ଏହା ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଇଲେକ୍ଟ୍ରୋନିକ ଭ୍ୟାକ୍ସିନ ଇଣ୍ଟେଲିଜେନ୍ସ ନେଟୱାର୍କର ପରିବର୍ତ୍ତିତ ସଂସ୍କରଣ ଅଟେ |

କୋଟି କୋଟି ପିଲାଙ୍କ ପର୍ଯ୍ୟନ୍ତ ବିନା କୌଣସି ପ୍ରତିବନ୍ଧକରେ ଟିକା ପହଞ୍ଚାଇବାରେ ଏହି ପ୍ରଣାଳୀ ବହୁତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି | ଏହା ମାଧ୍ୟମରେ ପ୍ରଥମ ଡୋଜ ଦିଆଯିବା ପରେ, ଦ୍ୱିତୀୟ ଡୋଜ ପାଇଁ SMS ପଠାଯିବ | ଯେତେବେଳେ ଟୀକାକରଣ ସମ୍ପୂର୍ଣ୍ଣ ହୋଇଯିବ ସେତେବେଳେ ଏକ ଡିଜିଟାଲ QR ଆଧାରିତ ଏକ ସାର୍ଟିଫିକେଟ ମଧ୍ୟ ଜେନେରେଟ ହେବ | ଏହି ସାର୍ଟିଫିକେଟ ଟିକା ଲଗାଇଥିବାର ପରିଚୟର ପ୍ରମାଣ ହେବ |

ସମସ୍ତ ଲୋକଙ୍କୁ କେବେ ମିଳିବ ଟିକା ?

ସାଧାରଣ ଲୋକଙ୍କ ନିକଟରେ ଟିକା ପହଞ୍ଚିବାକୁ ପ୍ରାୟ ପାଞ୍ଚରୁ ଛଅ ମାସ ସମୟ ଲାଗିଯିବ | କାରଣ ଏପର୍ଯ୍ୟନ୍ତ ଯେତକ ଟୀକା ତୃତୀୟ ପର୍ଯ୍ୟାୟରେ ପରୀକ୍ଷଣରେ ସଫଳ ହୋଇଛି ସେହି ସବୁର ମାସ ପ୍ରଡକ୍ସନ ଆସନ୍ତା ବର୍ଷ ହିଁ ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି | ତେବେ ମୋଦି ସରକାର ବର୍ତ୍ତମାନ ରାଜ୍ୟମାନଙ୍କୁ ଟିକା ପାଇଁ ଶୀତଳ ଭଣ୍ଡାର ଚେନ ସ୍ଥାପନ କରିବାକୁ କହିଛନ୍ତି |

Google

କ’ଣ ଟୀକାକରଣ ପରେ କରୋନା ହେବ ନାହିଁ ?

ମହାମାରୀ ସମୟରେ କରୋନା ଟିକାକୁ ସଞ୍ଜୀବନୀ କୁହାଯାଉଛି, କିନ୍ତୁ କ’ଣ ସଞ୍ଜୀବନୀ ଆସିବା ପରେ ପୁରା ଦୁନିଆକୁ କରୋନାରୁ ମୁକ୍ତି ମିଳିଯିବ ? କ’ଣ ମାସ୍କ ଏବଂ ସାମାଜିକ ଦୂରତାର ବାଧ୍ୟତାମୂଳକ ଶେଷ ହୋଇଯିବ ? କ’ଣ ଟୀକାକରଣର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେବନାହିଁ ? ଏହା ଏପରି ପ୍ରଶ୍ନ ଅଟେ ଯାହାର ଉତ୍ତର ଦେବା ଆବଶ୍ୟକ ଅଟେ |

ଟିକା ଲଗାଇବାପରେ ପରିବେଶରେ ଥିବା ଭାଇରସ ଶେଷ ହେବନାହିଁ | ଟିକା କେବଳ ଭାଇରସଠାରୁ ଆପଣଙ୍କୁ ରକ୍ଷା କରିବ ଏବଂ ଏପର୍ଯ୍ୟନ୍ତ କୌଣସି ଟିକା ଏହି ଭାଇରସ ପ୍ରତି ଶତ ପ୍ରତିଶତ ସୁରକ୍ଷା ଦାବି କରି ନାହିଁ | ଏହାସହିତ ଏହା ମଧ୍ୟ କୁହାଯାଇନାହିଁ ଯେ ଟିକାର ପ୍ରଭାବ କେତେ ଦିନ ପର୍ଯ୍ୟନ୍ତ ରହିବ | ଏପରି ପରିସ୍ଥିତିରେ, ଟିକାକରଣ ପରେ ମଧ୍ୟ ମାସ୍କ ଏବଂ ସାମାଜିକ ଦୂରତାର ପାଳନ କରିବା ସମସ୍ତଙ୍କ ପାଇଁ ଅତି ଆବଶ୍ୟକ ଅଟେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *