ବୋହୁକୁ ଅଶ୍ଳୀଳ ବ୍ୟବହାର କରୁଥିଲା ଶଶୁର । ପୁଅ ବିରୋଧ କରିବାରୁ ଗୁଳି ମାରି କଲା ହତ୍ୟା,ଜାଣନ୍ତୁ ପୁରା ମାମଲା

ଉତ୍ତରପ୍ରଦେଶର ମୁରାଦବାଦ ଜିଲ୍ଲାରେ ଜଣେ ପିତା ତା’ର ପୁଅକୁ ଗୁଳିକରି ହତ୍ୟା କରିଦେଇଛି । ମୃତକଙ୍କ ପତ୍ନୀ ଆରୋପ ଆଣି କହିଛନ୍ତି କି, ଶଶୁର ତାଙ୍କସହ ଅଶ୍ଳୀଳ ବ୍ୟବହାର କରୁଥିଲେ । ଏହିକଥା ଯେତେବେଳେ ତାଙ୍କ ପତି ଜାଣିଥିଲେ ସେତେବେଳେ ସେ ଶଶୁରଙ୍କ ବିରୋଧ କରିଥିଲେ ଏଥିରେ ରାଗିଯାଇ ଶଶୁର ନିଜ ପୁଅକୁ ଗୁଳି ମାରିଦେଇଥିଲେ। ଶନିବାର ଦିନ ଉପଚାର ସମୟରେ ଯୁବକର ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ସେହିପରି ଘଟଣା ପରେ ଆରୋପୀଙ୍କ ପିତା ଫେରାର ହୋଇଯାଇଛନ୍ତି ।

ମୁରାଦବାଦ ଥାନା ମଝୋଲା ଅଞ୍ଚଳର ଦୁଷୟନ୍ତ ଏକ ପ୍ରାଇଭେଟ ହସ୍ପିଟାଲରେ କାମ କରନ୍ତି । ସୂଚନା ଅନୁସାରେ ଦୁଷୟନ୍ତଙ୍କୁ ତାଙ୍କ ପିତା ଅଭିଷେକ ଲାଇସେନ୍ସ ବନ୍ଧୁକରେ ଗୁଳିକରି ହତ୍ୟା କରିଦେଇଛନ୍ତି । ଗୁଳି କରିବାପରେ ଆରୋପୀ ପିତା ଫେରାର ଥିବାବେଳେ ଓ ଗୁଳି ଶବ୍ଦ ଶୁଣି ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ । ଘାୟଲ ଯୁବକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା ଓ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ ବର୍ତ୍ତମାନ ଅନୁଧ୍ୟାନ ଜାରି ରଖିଛି ।

Google

ମୃତକଙ୍କ ପତ୍ନୀ ଆରୋପ ଆଣି ପୋଲିସକୁ କହିଥିଲେ କି, ତାଙ୍କ ଶାଶୁ ନିଜର ବାପ ଘରକୁ ଚାଲିଯାଇଥିଲେ । ଦୁଇ ଦିଅର ମଧ୍ୟ ଘରେ ନଥିଲେ । ଏହାର ସୁଯୋଗ ନେଇ ଶଶୁର ତାଙ୍କ ସହିତ ଘରେ ଏକାନ୍ତ ଅବସ୍ଥାରେ ଖରାପ ବ୍ୟବହାର କରିବାକୁ ଲାଗିଥିଲେ ।

ଏହାପରେ ଯେତେବେଳେ ଘରକୁ ଶାଶୁ, ଦିଅର ଓ ସ୍ୱାମୀ ଫେରିଥିଲେ ସେତେବେଳେ ମହିଳା ଜଣକ ଶଶୁରଙ୍କ ଖରାପ ବ୍ୟବହାର ସମ୍ପର୍କରେ ସମସ୍ତଙ୍କୁ କହିଥିଲେ । ଶଶୁରଙ୍କ ସହିତ ସ୍ୱାମୀଙ୍କ ବିବାଦ ହେବାପରେ ଶଶୁର ରାଗିଯାଇ ଗୁଳିମାରି ହତ୍ୟା କରିଦେଇଥିଲେ ।

ଯୁବକର ମୃତ୍ୟୁପରେ ପୋଲିସ ହସ୍ପିଟାଲରେ ପହଞ୍ଚି ମହିଳାଙ୍କର ବୟାନ ନେଇ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ସିଟି ପୋଲିସ ଅମିତ ଆନନ୍ଦ କହିଥିଲେ, ପିତା ପୁତ୍ର ମଧ୍ୟରେ ବିବାଦ ହେବାପରେ ପିତା ଲାଇସେନ୍ସ ବନ୍ଧୁକରେ ପୁଅକୁ ହତ୍ୟା କରିଥିଲେ । ବର୍ତ୍ତମାନ ପୋଲିସ ମୃତକଙ୍କ ପତ୍ନୀର ବୟାନ ନେବାପରେ ଆରୋପୀ ଶଶୁରକୁ ଧରିବାପାଇଁ ଚେଷ୍ଟା ଜାରି ରଖିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *