ଓଲିଉଡ ଅଭିନେତ୍ରୀ ବର୍ଷା ପାଦ ଦେଲେ ନୂଆ ରାସ୍ତାରେ

ନିକଟରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବଂ ତାଙ୍କ ସ୍ୱାମୀ ଅଭିନେତା ତଥା ବିଜେଡିର ସାଂସଦ ଅନୁଭବ ମହାନ୍ତିଙ୍କର ଘରୋଇ କଳିହୋଳ ବର୍ତ୍ତମାନ ଦାଣ୍ଡରେ ପଡ଼ିଛି। ଏହି ସେଲିବ୍ରିଟି କପଲଙ୍କ ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ପରସ୍ପରଙ୍କ ମଧ୍ୟରେ ଖୁସି ନ ହୋଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅନୁଭବଙ୍କର ନାନା ଅଭିଯୋଗ ଆଣି ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ, ବର୍ଷା ସ୍ୱାମୀଙ୍କ ନାମରେ ମଦ୍ୟପ ଓ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି। ଏହା ସହ ଉଭୟ ସୋସିଆଲ ମିଡିଆରେ ମଧ୍ୟ ପରସ୍ପରକୁ ଟାର୍ଗେଟ୍ କରି ବିବାଦରେ ଫସିଥିଲେ ।

ତେବେ ସ୍ୱାମୀ-ସ୍ତ୍ରୀଙ୍କ କଳି ଯାହା ହେଉନା କାହିଁକି ଉଭୟଙ୍କ ମାମଲା ବର୍ତ୍ତମାନ କୋର୍ଟରେ ଅଛି। କିନ୍ତୁ ବର୍ଷା ନିଜ ଖୁସିର ବ୍ୟବସ୍ଥା ଆରମ୍ଭ କରିଦେଲେଣି। କୁହାଯାଏ ଯେଉଁ, ମାନବ ସେବା ହିଁ ଇଶ୍ୱର ସେବା ବର୍ତ୍ତମାନ ବର୍ଷା ସେହିସବୁ କରୁଛନ୍ତି। ଏଣୁ ଅସଜଡ଼ା, ଅସନ୍ତୁଷ୍ଟ ବୈବାହିକ ସମ୍ପର୍କର ଭବିଷ୍ୟତ କୋର୍ଟଙ୍କ ଉପରେ ଛାଡ଼ିଦେଇ ବର୍ଷା ସାମାଜିକ ସେବାରେ ମନ ଲଗାଉଛନ୍ତି। ଓଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ ‘ସମ୍ମାନିତ’ ସଂସ୍ଥା ଗଢ଼ି ସମାଜରେ ଦୁଃଖି, ବେସାହାରା ତଥା ଅବହେଳିତ ଲୋକଙ୍କୁ ସାହାଯ୍ୟ କରି ସେ ନିଜପାଇଁ ସୁଖ ଖୋଜୁଛନ୍ତି ।

 

ଏ ସମ୍ବନ୍ଧରେ ବର୍ଷା ନିଜ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସେ ଏକାଧିକ ଟୁଇଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, କିଛି ବର୍ଷ ପୂର୍ବେ ଆଜିର ତାରିଖରେ ‘ସମ୍ମାନିତ’ ସଂସ୍ଥାର ପରିକଳ୍ପନା କରିଥିଲି, ଯାହାକି ଏବେ ପୂରଣ ହୋଇଛି। ସେ ତାଙ୍କ ଦଳ ସାହାଯ୍ୟରେ ସମାଜର ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କୁ ସହାୟତା କରି ନିଜର ସ୍ୱପ୍ନକୁ ସାକାର କରୁଛନ୍ତି।

Google

ବର୍ଷା ପୁଣି କହିଛନ୍ତିକି, ବର୍ତ୍ତମାନ ପର୍ଯ୍ୟନ୍ତ ଆମ ପାଇଁ ଏହା ସହଜ ରାସ୍ତା ନ ଥିଲା। ତଥାପି ବର୍ଷକୁ ବର୍ଷ ଆମେ ଧୀରେ ଧୀରେ ଆଗକୁ ବଢ଼ୁଛୁ। ମାନବିକତାର ଏହି ମିଶନରେ ତାଙ୍କୁ ସହଯୋଗ କରିଥିବା ‘ସମ୍ମାନିତ’ ସଂସ୍ଥାର ପ୍ରତ୍ୟେକ ସଦସ୍ୟଙ୍କୁ ସେ ହୃଦୟରୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ବର୍ଷା ଦୁଃଖିଙ୍କର ଚେହେରାରେ ହସ ଫୁଟାଇବାକୁ ଲକ୍ଷ୍ୟ ରଖି ଜୀବନ ପଥରେ ଆଗେଇ ଯିବାକୁ ସେ ବାରମ୍ବାର ଚେଷ୍ଟା କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *