ମହାକାଶରେ ଭାରତ-ରୁଷ ସ୍ୟାଟେଲାଇଟ୍‌ ଧକ୍କା ହୋଇଯିବେ କି?

ଭାରତ ଓ ରୁଷର ଦୁଇଟି ସ୍ୟାଟେଲାଇଟ ମହାକାଶରେ ଅତ୍ୟନ୍ତ ବିପଜ୍ଜନକ ଭାବରେ ପରସ୍ପରର ଅତି ନିକଟତର ହେବାରେ ଲାଗିଛନ୍ତି। ସ୍ଥିତି ଏପରି ହୋଇଯାଇଛିଯେ ଦୁଇଟି ଯାକ ସ୍ୟାଟେଲାଇଟ ପରସ୍ପରକୁ ଧକ୍କା ଦେବାର ଆଶଙ୍କା କରାଯାଉଛି। ଭାରତର ଏକ ରିମୋର୍ଟ ଚାଳିତ କର୍ଟୋସାଟ୍ ୨ଏଫ୍ ସ୍ୟାଟେଲାଇଟ ଅତ୍ୟନ୍ତ ବିପଜ୍ଜନକ ଭାବରେ ରୁଷର ଭୂମି ନିରୀକ୍ଷଣ କରୁଥିବା ସ୍ୟାଟେଲାଇଟ(କାନୋପସ୍-ଭି) ନିକଟକୁ ଚାଲି ଆସିଛି।

ପୃଥିବୀର କକ୍ଷ ନିକଟରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରୁଷର ମହାକାଶ ଗବେଷଣା ସଂସ୍ଥା ରସକସମସ ପକ୍ଷରୁ କୁହାଯାଇଛି। ୭୦୦ କେଜିରୁ ଅଧିକ ଓଜନ ବିଶିଷ୍ଟ ଏହି କର୍ଟୋସାଟ୍ ୨ଏଫ୍ ବିପଜ୍ଜନକ ଭାବେ ରୁଷର କାନୋପସ୍-ଭି ନିକଟକୁ ଚାଲି ଆସିଛି। ଏହି ଘଟଣାଟି ୨୭ ତାରିଖରେ ଘଟିଥିବାର ଖବର ମିଳିଛି। ଆକଳନ ଅନୁଯାୟୀ, ରୁଷିଆର ସ୍ୟାଟେଲାଇଟ୍‌ ଓ ବିଦେଶୀ ସ୍ୟାଟେଲାଇଟ ମଧ୍ୟରେ ଦୂରତା ମାତ୍ର ୨୨୪ ମିଟରର ରହିଛି। ଏହା ନିଶ୍ଚିତ ଭାବରେ ମହାକାଶରେ ଏକ ବିପଜ୍ଜନକ ସ୍ଥିତି ସୃଷ୍ଟି କରିବାର ଆଶଙ୍କା କରାଯାଉଛି।

Google

ଅନ୍ୟପକ୍ଷରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଅଧ୍ୟକ୍ଷ କେ ଶିବନ କହିଛନ୍ତିଯେ, ଆମେ ଗତ ୪ଦିନ ହେଲାଣି ସ୍ୟାଟେଲାଇଟ୍‌କୁ ଅନୁଧ୍ୟାନ କରୁଛୁ। ଆମର ସ୍ୟାଟେଲାଇଟ୍‌ ରୁଷର ସ୍ୟାଟେଲାଇଟ୍‌ ଠାରୁ ୪୨୯ ମିଟର ଦୂରତାରେ ରହିଛି। ଯେତେବେଳେ ଏହି ଦୁଇ ସ୍ୟାଟେଲାଇଟ୍‌ ମଧ୍ୟରେ ବ୍ୟବଧାନ ୧୫୦ ମିଟରରୁ କମ୍‌ ଥିବ ସେତେବେଳେ ଯାଇ ଏହି ସ୍ୟାଟେଲାଇଟର ଗତି ବଦଳାଇବା ପାଇଁ କିଛି କୌଶଳ ଅବଲମ୍ବନ କରାଯାଇପାରିବ।

ଏହା ଏକ ବିରଳ ଘଟଣା ନୁହେଁ। ପୃଥିବୀର ନିକଟତର କକ୍ଷରେ ଅନେକ ଥର ଏହି ଦୁଇଟି ସ୍ୟାଟେଲାଇଟ୍‌ ପରସ୍ପରର ନିକଟତର ହୋଇଛନ୍ତି। ଦୁଇ ଦେଶର ଏଜେନ୍ସି ପରସ୍ପର ସହ କଥା ହୋଇ ଏହାର ଗତିପଥ ବଦଳାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ନିକଟରେ ସ୍ପେନର ମଧ୍ୟ ଏହିଭଳି ଏକ ସ୍ୟାଟେଲାଇଟ୍‌ ସହ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଏହାକୁ ମଧ୍ୟ ସଙ୍ଗେ ସଙ୍ଗେ ସମାଧାନ କରାଯାଇଛି। ସେ କହିଛନ୍ତିକି, ସ୍ୟାଟେଲାଇଟ୍‌ ନିକଟତର ହେଉଥିବା କଥାକୁ ସାଧାରଣତଃ ସର୍ବାଜନୀନ କରାଯାଏ ନାହିଁ।

୧୨ ଜାନୁଆରୀ ୨୦୧୮ରେ ଶ୍ରୀହରିକୋଟାର ପ୍ରଥମ ଲଞ୍ଚ ପ୍ୟାଡରୁ କର୍ଟୋସାଟ୍ ୨ଏଫକୁ ଉତ୍‌କ୍ଷେପଣ କରାଯାଇଥିଲା। ଏହା ମହାକାଶରେ ବର୍ତ୍ତମାନ ମଧ୍ୟ କାର୍ଯ୍ୟକ୍ଷମ ରହିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *