ଚାଇନାର ଚାଲିଛି ଯୁଦ୍ଧ ପ୍ରସ୍ତୁତି! ଜିନପିଙ୍ଗ କହିଲେ ମରିବାକୁ ଡର ନାହିଁ

ବିସ୍ତାରବାଦୀ ଚାଇନାର ବଡ଼ଧରଣ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ? ପୂର୍ବରୁ ଅନେକ ଥର ସାମରିକ ଶକ୍ତିକୁ ବୃଦ୍ଧି କରିବା କଥା କହୁଥିବା ଚାଇନା ଏଥର କାହା ବିରୋଧରେ ସମରସଜ୍ଜା ଆରମ୍ଭ କରିଛି? ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ଦେଶର ଯବାନଙ୍କୁ ଦେଇଥିବା ବୟାନରେ ଏଭଳି ପ୍ରଶ୍ନ ଉଠିଛି।

ସେ ଦେଶର ସୈନିକମାନଙ୍କୁ କହିଛନ୍ତି କି ମରିବା ପାଇଁ ଡର ନାହିଁ, ବରଂ ଯୁଦ୍ଧକୁ ଜିତିବାକୁ ଚେଷ୍ଟା କର। ମିଲାଟାରୀ କମାଣ୍ଡରମାନଙ୍କୁ ସମ୍ବୋଧନ କରିଥିବା ବେଳେ ଜିନପିଙ୍ଗଙ୍କର ଏପରି କଥା ସାରା ବିଶ୍ୱକୁ ଚର୍ଚ୍ଚାରେ ପକାଇଦେଇଛି।

Google

ଚାଇନା ମିଡିଆର ରିପୋର୍ଟ ମୁତାବିକ, ବୁଧବାର ଦିନ ଜିନପିଙ୍ଗ ମିଲାଟାରୀ କମାଣ୍ଡରମାନଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କହିଛନ୍ତିକି, ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ଯବାନମାନଙ୍କର ଟ୍ରେନିଂ ତୀବ୍ର ହେବା ଦରକାର। ଯୁଦ୍ଧ ଜିତିବା ପାଇଁ ଟ୍ରେନିଂ ନିହାତି ଆବଶ୍ୟକ।

ସେନାର ପ୍ରଥମ କାମ ସବୁବେଳେ ମିଲାଟାରୀ ଟ୍ରେନିଂ କରିବା । ଏହାଦ୍ୱାରା ଆମେ ସବୁ ପ୍ରକାରର ସ୍ଥିତିକୁ ଆମେ ମୁକାବିଲା କରିପାରିବା। ପିପୁଲ୍ସ ଲିବେରେସନ ଆର୍ମିକୁ ବିଶ୍ୱସ୍ତରୀୟ ଯୋଦ୍ଧା କରିବାରେ ଚାଇନା ସରକାର କାର୍ଯ୍ୟ କରୁଛନ୍ତି। ଯବାନମାନେ ମରିବା ପାଇଁ ଡରନ୍ତୁ ନାହିଁ। କେଉଁଭଳି ଯୁଦ୍ଧକୁ ଜିତାଯିବ, ତା’ ଉପରେ ଧ୍ୟାନ ଦିଅନ୍ତୁ।

ଆଧୁନିକ ଯୁଗରେ ଆମକୁ ଏମିତି ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରିବାକୁ ପଡ଼ିବ, ଯିଏକି ସବୁବେଳେ ଲଢ଼େଇ ପାଇଁ ପ୍ରସ୍ତୁତ ରହୁଥିବ ଓ ସର୍ବଦା ଜିତିବାର କଳା ଶିଖିଥିବ। ସେ କହିଛନ୍ତିକି ସେନା ବାହିନୀ ଏହି ଦିଗରେ କାର୍ଯ୍ୟ କରନ୍ତୁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *