ଧୋକା ଦେବାରୁ ମିଳିଲା ଏମିତି ଦଣ୍ଡ,ସ୍ୱାମୀଙ୍କୁ ପିଞ୍ଜରାରେ ଭର୍ତ୍ତି କରି ନଦୀରେ ଫିଙ୍ଗିଦେଲା ସ୍ତ୍ରୀ,ଜାଣନ୍ତୁ ପୁରା ଘଟଣା

ସୋସିଆଲ ମିଡିଆରେ ଅନେକଥର ସ୍ଵାମୀ ସ୍ତ୍ରୀଙ୍କର ଝଗଡାର ଭିଡିଓ ଭାଇରାଲ ହୋଇଥାଏ। ପ୍ରତ୍ଯେକ ଭିଡିଓରେ ଏକ ଯୋଡି ପରସ୍ପର ମଧ୍ୟରେ ଝଗଡା କରୁଥିବାର ନଜର ଆସିଥାନ୍ତି। କିନ୍ତୁ ଏମିତି ସବୁଥର ହୁଏନାହିଁ। ଅନେକ ଥର କଥାବାର୍ତ୍ତା ବହୁତ ଗମ୍ଭୀର ସ୍ଥିତିରେ ପହଞ୍ଚିଯାଏକି ପରସ୍ପରଙ୍କ ମଧ୍ୟରେ ମାରପିଟ ହୋଇଯାଏ। ଚୀନର ଜଣେ ମହିଳାଙ୍କୁ ଲାଗିଲାକି ତାଙ୍କ ସ୍ଵାମୀ ତାଙ୍କୁ ଧୋକା ଦେଉଛନ୍ତି, ସେ ତାଙ୍କର ସ୍ଵାମୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ରାସ୍ତା ଖୋଜିଲେ। ପରିସ୍ଥିତି ଏପରି ଥିଲାକି ଅତି କଷ୍ଟରେ ତାଙ୍କର ସ୍ଵାମୀଙ୍କର ଜୀବନ ବଞ୍ଚିଲା ଓ ବୋଧହୁଏ ତାଙ୍କର ଚିକିତ୍ସା ହସ୍ପିଟାଲରେ ଚାଲିଛି।

ଟାଇମ୍ସ ନାଓର ଖବର ଅନୁସାରେ, ଚୀନର ମାଓମିଙ୍ଗ ସହରରେ ଜଣେ ସ୍ତ୍ରୀ ନିଜର ସ୍ଵାମୀଙ୍କୁ ପିଞ୍ଜରାରେ ବନ୍ଦ କରି ନଦୀରେ ପକାଇଦେଲେ। ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେଉଛି। ଜଣେ ବ୍ୟକ୍ତି କଷ୍ଟରେ ଛଟପଟ ହେଉଛନ୍ତି ଓ କିଛି ଲୋକ ତାଙ୍କୁ ଦଉଡିରେ ବାନ୍ଧି ପିଞ୍ଜରାରେ ଭର୍ତ୍ତି କରୁଛନ୍ତି। ଏହି ବ୍ୟକ୍ତିଜଣଙ୍କୁ ଅନ୍ୟ କେହି ମହିଳାଙ୍କ ସହିତ ଦେଖା ଯାଇଥିଲା। ରିପୋର୍ଟ ଅନୁସାରେ ଦଣ୍ଡ ଦେବା ପାଇଁ ମହିଳା ଯେଉଁ ପଦ୍ଧତି ଅବଲମ୍ବନ କରିଥିଲେ ତାହାକୁ ଚୀନର ପ୍ରାଚୀନ ସମୟରେ ପାଳନ କରାଯାଉଥିଲା।

Google

ଖବର ମୁତାବିକ, ପୋଲିସ କହିଲେକି ଏହି ଘଟଣା ଦକ୍ଷିଣ ଚୀନର ମାଓମିଙ୍ଗ ସହର ଅଟେ। ଶୁକ୍ରବାର ଦିନ ସକାଳୁ ଘଟିଅଛି। ପୋଲିସ କହିଲେକି ଏହି ଭିଡିଓରେ ନଜର ଆସୁଥିବା ବ୍ୟକ୍ତିଙ୍କର ଅବସ୍ଥା ସ୍ଥିର ଅଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏହି ମାମଲା ନଜର ଆସିଛି। ସେହି ବ୍ୟକ୍ତି ଜଣଙ୍କୁ କୌଣସି ପ୍ରକାର ଆଘାତ ଆସିନାହିଁ।

ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଦେଇଛି। ସୋସିଆଲ ମିଡିଆ ୟୁଜର୍ସଙ୍କ କହିବ କଥାକି ‘ପିଗ କେଜ’ ଦଣ୍ଡ ଏକ ପ୍ରାଚୀନ ଉପାୟ ଅଟେ। ଆଉ କିଛିଙ୍କର କହିବା କଥାକି ଏହି ପିଞ୍ଜରାର ବ୍ୟବହାର ଘୁଷୁରୀମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ଆଣିବାରେ ବ୍ୟବହାର କରାଯାଏ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *