ମିସାଇଲ ବେସରେ ଲାଗିଥିବା ନିଆଁ ପାଇଁ ରାଗରେ ଗର୍ଜିଲେ କିମ ଜୌଙ୍ଗ ଉନ,ଅଧିକାରୀମାନଙ୍କୁ ହରେଇବାକୁ ପଡିପାରେ ଜୀବନ,ଜାଣନ୍ତୁ ପୁରା ଖବର

ଉତ୍ତର କୋରିଆରେ ଲାଗିଥିବା ଜଙ୍ଗଲର ନିଆଁରେ କ୍ଷତିର ଦଣ୍ଡ କିଛି ଲୋକଙ୍କୁ ନିଜ ଜୀବନ ହରେଇ ଦେବାକୁ ପଡିପାରେ। ସୂଚନା ଅନୁସାରେ, ଏହି ନିଆଁ ପାଇଁ ଉତ୍ତର କୋରିଆର ମହତ୍ତ୍ୱପୂର୍ଣ୍ଣ ମିସାଇଲ ବେସକୁ ବହୁତ କ୍ଷତି ପହଁଚିଛି ଓ ଏହି ଘଟଣା ପାଇଁ ଉତ୍ତର କୋରିଆର ଶାସକ କିମ ଜୌଙ୍ଗ ଉନ ବହୁତ ରାଗରେ ଅଛନ୍ତି।

ଏମିତି ମାନାଯାଉଅଛି କି ଏହି ଘଟଣାରେ ରାଗି କିମ ଜୌଙ୍ଗ ଉନ ପଦକ୍ଷେପ ନେଇପାରନ୍ତି, ଯଦିଓ ଏଥିରେ ଅଧିକାରୀମାନଙ୍କର କିଛି ଭୁଲ ନାହିଁ। ଦକ୍ଷିଣ କୋରିଆର ଡେଲି ଏନଏକେ ଖବର କାଗଜ ଅନୁସାରେ ଏହି ନିଆଁରେ ଘଟଣାସ୍ଥଳରେ ଥିବା କେତେ ବର୍ଷ ପୂର୍ବରୁ ଲଗା ଯାଇଥିବା ଗଛ ଓ ଗତ ବର୍ଷ ଲଗା ଯାଇଥିବା ଗଛ ସାଙ୍ଗେ ସାଙ୍ଗେ ଜଳି ପାଉଁଶ ହୋଇଗଲା।

Google

ଏହି ମିସାଇଲ ବେସକୁ ବଞ୍ଚାଇବା ପାଇଁ କେତେ ଲୋକ ଜୀବନ ସହ ଖେଳିକରି ଚେଷ୍ଟା କରିଥିଲେ। ଏହା ଛଡା କ୍ଷେତ୍ରରେ ଆପତ୍ତକାଳୀନ ପରିସ୍ଥିତି ମଧ୍ୟ ଘୋଷଣା କରାଯାଇଥିଲା। କୁହାଯାଉଅଛି କି ଏହି ଘଟଣାର ଦୋଷୀ ଅଧିକାରୀମାନଙ୍କୁ ନିଜ ଜୀବନ ହରେଇବାକୁ ପଡିପାରେ।ଯଦିଓ ନିଆଁ ଜାଣିଶୁଣି ଲଗାଯାଇଥିଲା କିମ୍ବା ଭୁଲରେ ଲାଗିଯାଇଥିଲା।

ଉତ୍ତର କୋରିଆର ବିଶ୍ଳେଷକ ଜେକବ ବୋଗଲନେଙ୍କର କହିବା କଥା କି ଏହି ରିପୋର୍ଟରେ ଯାହାର କଥା କୁହାଯାଉଛି,ତାହା ସ୍ୱହାଏ ସାଟେଲାଇଟ ଲଂଚିଙ୍ଗ ଷ୍ଟେସନ ଅଟେ। ଏହା ଉତ୍ତର କୋରିଆର ସବୁଠୁ ଭଲ ସ୍ଥାନରେ ରହିଅଛି ଓ ଚୀନ ବଡର ଠାରୁ ୬୦ ମାଇଲ ଦୂରରେ ଅଛି।

ବୋଗଲେ କହିଛନ୍ତି କି ସ୍ୱହାଏ ମହତ୍ତ୍ୱପୂର୍ଣ୍ଣ କାରଖାନାର ପାଖରେ ଥିବାରୁ ଏକ ବହୁତ ଜରୁରୀ ସାଟେଲାଇଟ ଲଂଚର ସୁବିଧା ହୋଇସାରିଛି। ସୋହାଏ ଏକ ସାଟେଲାଇଟ ଲଂଚର ଷ୍ଟେସନ ଅଟେ ଯାହା ଅନ୍ତରୀକ୍ଷକୁ ସାଟେଲାଇଟ ପଠେଇବା ପାଇଁ ଜଣାଯାଏ ଯଦିଓ ଏହା କିମ ଜୌଙ୍ଗ ଉନଙ୍କ ସରକାରର ଏକ ମହତ୍ୱପୂର୍ଣ୍ଣ ଅଂଶ ଅଟେ।

ମାନାଯାଉଛି କି ଏହା ଏକ ଏମିତି ବେସ ଥିଲା ଯାହା ହ୍ଵାସଂଙ୍ଗ ୧୬ର ଉନ୍ନତି ପାଇଁ ବହୁତ ମହତ୍ୱପୂର୍ଣ୍ଣ ହୋଇଥାନ୍ତା।କହିଦେଉଛୁ କି ହ୍ଵାସଂଙ୍ଗ ୧୬ ଏକ ନିଉକ୍ଲିଅର ମିସାଇଲ ଅଟେ ଯାହା ଦୁନିଆର ସବୁଠୁ ବିପଦପୂର୍ଣ୍ଣ ମିଶାଇଲରେ ସାମିଲ। ଏହା ପୂର୍ବରୁ ଉତ୍ତର କୋରିଆ ସରକାର କେତେ ପ୍ରକାରର ଅପରାଧ ପାଇଁ ମୃତ୍ୟୁର ଦଣ୍ଡ ଶୁଣେଇବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *