ଲଙ୍କା ପ୍ରିମିୟର ଲିଗରେ ଖରାପ ପ୍ରଦର୍ଶନ ପରେ ଟ୍ରୋଲ ହେଲେ ଇରଫାନ ପଠାନ, ୨ ଅଭର ମଧ୍ୟ କରିପାରିଲେ ନାହିଁ ବୋଲିଂ

ଶ୍ରୀଲଙ୍କା ୨୬ ନଭେମ୍ବର ଗୁରୁବାରରୁ ଲଙ୍କା ପ୍ରିମିୟର ଲିଗ (ଏଲପିଏଲ) ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ କଲମ୍ବୋ କିଙ୍ଗ୍ସ ଦଳ କ୍ୟାଣ୍ଡି ଟସ୍କରର ସମ୍ମୁଖୀନ ହୋଇଥିଲେ। ସୁପର ଓଭରରେ ପହଞ୍ଚିଥିବା ଏହି ମ୍ୟାଚରେ କଲମ୍ବୋ କିଙ୍ଗ୍ସ ଦଳ ଟୁର୍ନାମେଣ୍ଟର ପ୍ରଥମ ବିଜୟ ନିଜ ଦଳ ନାମରେ ପଞ୍ଜିକରଣ କରିଛି। ପ୍ରଥମେ ବ୍ୟାଟିଂ କରି କ୍ୟାଣ୍ଡି ଟସ୍କର ୨୦ ଓଭରରେ ୩ଟି ୱିକେଟ ହରାଇ ୨୧୯ ରନ ସଂଗ୍ରହ କରିଥିଲେ। ଏହାର ଉତ୍ତରରେ କଲମ୍ବୋ ଦଳ ମଧ୍ୟ ୨୦ ଓଭରରେ ୭ୱିକେଟ୍ ହରାଇ ମାତ୍ର ୨୧୯ ରନ କରିପାରିଥିଲା ​​ଏବଂ ମ୍ୟାଚ୍ ଟାଇ ହୋଇଯାଇଥିଲା। ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଏହି ମ୍ୟାଚରେ କ୍ୟାଣ୍ଡି ଟସ୍କର ତରଫରୁ ଫିଲ୍ଡରେ ଉଲ୍ହାଇଥିଲେ। କିନ୍ତୁ ହ୍ୟାମଷ୍ଟ୍ରିଂ ସମସ୍ୟା ହେତୁ ସେ ଦୁଇ ଓଭର ବୋଲିଂ କରିପାରି ନଥିଲେ। ଯାହା ପରେ ଲୋକମାନେ ତାଙ୍କୁ ଟୁଇଟରରେ ଟ୍ରୋଲ କରିଥିଲେ।

Google

ଇରଫାନ ପଠାନ ଏହି ମ୍ୟାଚରେ ୧.୫ ଅଭର ବୋଲିଂ କରିଥିଲେ ଓ ୨୫ ରନ ଦେଇଥିଲେ କିନ୍ତୁ ୱିକେଟ ନେଇପାରିନଥିଲେ। ଦ୍ଵିତୀୟ ଅଭର ବୋଲିଂ କରୁଥିବା ସମୟରେ ସେ ହ୍ୟାମଷ୍ଟ୍ରିଂ ସମସ୍ୟାରେ ସମ୍ମୁଖୀନ ହୋଇଥିଲେ। ଓ ନିଜର ଦ୍ଵିତୀୟ ଅଭରର ଶେଷ ବୋଲ ପକାଇ ପାରିଲେ ନାହିଁ। ଇରଫାନଙ୍କର ଏହି ପ୍ରଦର୍ଶନରୁ ଦୁଃଖିତ ହୋଇ ଲୋକମାନେ ଟୁଇଟରରେ ତାଙ୍କର ଟ୍ରୋଲ କରୁଛନ୍ତି। ଇରଫାନ ଆଇପିଏଲ ସମୟରେ ଧୋନୀଙ୍କ ଫିଟନେସ ଉପରେ ପ୍ରଶ୍ନ କରିଥିଲେ ଓ ତାଙ୍କର ନିନ୍ଦା କରିଥିଲେ।

Google

କ୍ୟାଣ୍ଡି ଟସ୍କର୍ଷ ତରଫରୁ ଅଧିନାୟକ କୁଶଲ ପରେରା ଭଲ ବ୍ୟାଟିଂ କରି ୫୨ଟି ବଲରୁ ୮୭ ରନର ଏକ ବିସ୍ଫୋଟକ ଇନିଂସ ଖେଳିଥିଲେ। ସେହିପରି ରହମାନ ଗୁରବାଜ ମଧ୍ୟ ବିସ୍ଫୋଟକ ବ୍ୟାଟିଂ କରି ୨୨ଟି ବଲରୁ ୫୩ ରନ କରିଥିଲେ। କୋଲୋମ୍ବ ତରଫରୁ ଦିନେଶ ଚଣ୍ଡିମଲ ୪୬ଟି ବଲରୁ ୮୦ ରନର ଏକ ବିସ୍ଫୋଟକ ଇନିଂସ ଖେଳିଥିଲେ। ସେହିପରି ଉଡାନା ୧୨ଟି ବଲରୁ ୪ ଟି ଛକା ମାରି ୩୪ ରନ କରିଥିଲେ।

 

Leave a Reply

Your email address will not be published. Required fields are marked *