ମାଲିକ ହେବ ତ ଏମିତି,ନିଜର କର୍ମଚାରୀମାନଙ୍କୁ ଦେଲେ କମ୍ପାନୀର ସେୟାର,ଏହାପରେ ସମସ୍ତେ ହୋଇଗଲେ କୋଟିପତି,ପଢନ୍ତୁ ପୁରା ଖବର

ବସ ହେବ ତ ଏମିତି, ଯିଏକି ନିଜର ଲାଭ ସହିତ ନିଜ କମ୍ପାନୀର କର୍ମଚାରୀଙ୍କର ଲାଭ ବିଷୟରେ ମଧ୍ୟ ଭାବିଥିଲେ। ବ୍ରିଟେନର ଏକ ବିଜନେସମ୍ୟାନ ଯିଏକି ନିଜ କମ୍ପାନୀର କର୍ମଚାରୀଙ୍କୁ ନିଜ କମ୍ପାନୀର ଲାଭ ଶେୟର ଗୁଡିକୁ ଦେଇଥିଲେ ଓ ଏହାପରେ ସମସ୍ତ କର୍ମଚାରୀ କୋଟପତି ହୋଇଯାଇଥିଲେ ।

ଏହି କମ୍ପାନୀର ନାମ ଦ ହଟ ଗ୍ରୁପ ଏବଂ ଏହି ମାଲିକର ନାମ ମାଥୟୁ ହୋଲ୍ଡିଂ । ମାଥୟୁ ନିଜ କମ୍ପାନୀର ଲାଭରୁ ପାଖାପାଖି 8183 କୋଟିର ଶେୟର ନିଜ କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦେଲେ । ସେ ଏକ ବାୟ ବ୍ୟାକ ସ୍କିମ ଆରମ୍ଭ କରିଥିଲେ । ଏହା ସମସ୍ତ କର୍ମଚାରୀଙ୍କ ପାଇଁ ଖୋଲା ସ୍କିମ ଥିଲା।

Google

ଏହାର ଫାଇଦା ସେହି କର୍ମଚାରୀଙ୍କର ହେଲା ଯିଏକି ଏହାବିଷୟରେ ଚିନ୍ତା କରିନଥିଲେ । କର୍ମଚାରୀଙ୍କ ଚୟନ ତାଙ୍କର ମ୍ୟାନେଜର କରିଥିଲେ ଓ ଏହାର ଲିଷ୍ଟ ମାଥୟୁଙ୍କୁ ଦେଇଥିଲେ । ଏହି ସ୍କିମର ଫାଇଦା ଡ୍ରାଇଭର ଠାରୁ ଆରମ୍ଭ କରି ପର୍ସନାଲ ଆସିଷ୍ଟାଣ୍ଟ ପର୍ଯ୍ୟନ୍ତ ସମସ୍ତେ ପାଇଲେ । ମାଥୟୁଙ୍କ ପର୍ସନାଲ ଆସିଷ୍ଟାଣ୍ଟ କହିଥିଲେ ତାଙ୍କୁ ଏତେ ପଇସା ମିଳିଛି କି ସେ 36 ବର୍ଷ ବୟସରେ ରିଟାୟରମେଣ୍ଟ ନେଇପାରିବେ ।

ବ୍ରିଟିଶ ଖବରକୁ ସୂଚନା ଦେଇ ମାଥୟୁ ମୋଲ୍ଡିଂ କହିଥିଲେ, ସେ ନିଜର କମ୍ପାନୀର ଲାଭ ହେଉଥିବା ଶେୟର ନିଜ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିବାକୁ ଚାହିଁଥିଲେ । ଏଥିପାଇଁ ସେ ଏହି ସ୍କିମ ରଖିଦେଇଥିଲେ । ସମସ୍ତଙ୍କୁ ବହୁତ ପଇସା ମିଳିଥିଲା । ଏହିସମୟରେ କିଛିଲୋକ କିଛି ନା କିଛି କହୁଥିଲେ କିନ୍ତୁ ତାଙ୍କୁ ଭରସା ଥିଲା ଶେୟର ଉପରକୁ ଯିବ ।

ଦ ହଟ ଗ୍ରୁପ ଏକ ଇ-କମର୍ସ ବିଜନେସ ଅଟେ । ମାଥୟୁ ମୋଲ୍ଡିଂ ଜିମର ଶୋଉକ ଅଟନ୍ତି ଓ ସେ ବହୁତ ଫିଟ ରୁହନ୍ତି । ତାଙ୍କର ଏକ ଲମ୍ବୋରଗିନି ରହିଛି ଓ ସେ ସର୍ବଦା ପ୍ରୋଟିନ ସେକ ନିଅନ୍ତି । ମାଥୟୁଙ୍କୁ କେତେକ ବିଜନେସ ଆୱାର୍ଡ ମଧ୍ୟ ମିଳିଛି । ମାଥୟୁ କେତେକ ପ୍ରସିଦ୍ଧ ନେତାଙ୍କ ସହିତ ମଧ୍ୟ ସମ୍ପର୍କରେ ରହିଛନ୍ତି ।

ମାଥୟୁ 2004 ମସିହାରେ ଜନ ଗ୍ୟାଲମୋରଙ୍କ ସହିତ ମିଶି ଦ ହଟ ଗ୍ରୁପ ସ୍ଥାପନ କରିଥିଲେ । 48 ବର୍ଷୀୟ ମାଥୟୁ ଦୀର୍ଘ 16 ବର୍ଷ ହେବ ବହୁତ ଟଙ୍କା କମାଉଛନ୍ତି । ତାଙ୍କର ବିଜନେସ ବହୁତ ଭଲ ଚାଲୁଛି । କୁହାଯାଉଛି ସେ ନିଜ କମ୍ପାନୀର ଶେୟର ହୋଲ୍ଡରଙ୍କୁ 8122 କୋଟି ଟଙ୍କା ବୋନସ ଦେଇଛନ୍ତି।

Google

ଦ ହଟ ଗ୍ରୁପ ନିଜ କମ୍ପାନୀର ଶେୟରକୁ ସେତେବେଳେ ଶେୟରଧାରକଙ୍କୁ ଦେଲେ ଯେତେବେଳେ ତାଙ୍କ କମ୍ପାନୀର ଲାଭ 15 ଦିନ ଭିତରେ 63,505 କୋଟି ଟଙ୍କାର ହୋଇଥିଲା। ଏହିସମୟରେ କମ୍ପାନୀର ମାର୍କେଟ କ୍ୟାପିଟାଲ 80,521 କୋଟି ଟଙ୍କା ଅଟେ ।

ଦ ହଟ ଗ୍ରୁପ ସାରା ଦୁନିଆର 164ଟି ଦେଶରେ କାମ କରୁଛି । ଏହିବର୍ଷ ଫୋବର୍ସ ମାଥୟୁ ମୋଲ୍ଡିଂଙ୍କୁ ଆରବପତି ଲିଷ୍ଟରେ ପ୍ରଥମକରି ତାଲିକାକୁ ଆଣିଛି । ଶେୟର ସ୍କିମରେ କମ୍ପାନୀର କର୍ମଚାରୀ ମାନଙ୍କୁ ଲାଭ ହୋଇଥିଲା ଓ ସେମାନେ ସିଧା କୋଟିପତି ହୋଇଯାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *