ପୁଅର ସଡକ ଦୁର୍ଘଟଣାରେ ହୋଇଥିଲା ମୃତ୍ୟୁ, ଏକ ମାସ ପରେ ହିଁ ଶ୍ୱଶୁର ବିଧବା ବୋହୂକୁ ଝିଅ ବୋଲି ମାନିନେଲେ, ଆଉ ଏପରି ଭାବେ କରୁଛନ୍ତି ଦ୍ୱିତୀୟ ବାହାଘର,ଜାଣନ୍ତୁ ପୁରା ମାମଲା

ପୁଅର ସଡକ ଦୁର୍ଘଟଣାରେ ମୃତ୍ୟୁ ହେବାପରେ ଏକ ମାସ ପରେ ହିଁ ଶ୍ୱଶୁର ଏପରି ଏକ ନିଷ୍ପତି ନେଇଛନ୍ତି, ଯାହାକୁ ଯେ କୌଣସି ବ୍ୟକ୍ତି ପ୍ରଶଂସା କରିବେ | ବାସ୍ତବରେ ଝୋଂତେଶ୍ୱର ମବଇ ଗାଁର ଡେପୁଟି ରେଞ୍ଜର ପଦବୀରୁ ଅବସର ନେଇଥିବା ରବି ଶଙ୍କର ସୋନିଙ୍କ ପୁଅ ସଞ୍ଜୟ ସୋନିଙ୍କର ଏକ ମାସ ପୂର୍ବରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା | ନିଜର ପୁଅ ନଥିବା ପରେ ସେ ତାଙ୍କ ବିଧବା ବୋହୂର ଦ୍ୱିତୀୟ ବାହାଘର ଝିଅ ପରି କରିବାକୁ ସ୍ଥିର କଲେ | କେବଳ ଏତିକି ନୁହେଁ ପୁଅର ସମସ୍ତ ସମ୍ପତ୍ତି ବୋହୂକୁ ଦାନରେ ଦେଇଦେଲେ | ଏହାପରେ ଆଜି ବୋହୂର ବିଦାୟ ମଧ୍ୟ କରିଦେଲେ | ଯାହା ବିଷୟରେ ଆମେ ଆଜି ଆପଣଙ୍କୁ ବିସ୍ତୃତ ଭାବରେ କହୁଛୁ |

ଡେପୁଟି ରେଞ୍ଜର ପଦରୁ ଅବସର ନେଇଥିବା ରବି ଶଙ୍କର ସୋନି କହିଛନ୍ତି ଯେ ତାଙ୍କ ପୁଅ ସଞ୍ଜୟଙ୍କ ବାହାଘର ୨୦୦୮ ମସିହାରେ କରେଲିରେ ରହୁଥିବା ସରିତାଙ୍କୁଙ୍କ ସହ ହୋଇଥିଲା | ଯାହାର ୧୧ ଏବଂ ୯ ବର୍ଷର ଦୁଇଟି ଝିଅ ଅଛନ୍ତି | ସେପ୍ଟେମ୍ବର ୨୫ ତାରିଖରେ ତାଙ୍କ ପୁଅ ସଞ୍ଜୟଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା |

Google

ରବିଶଙ୍କର ସୋନି କହିଛନ୍ତି ଯେ ତାଙ୍କ ପୁଅର ଯେଉଁ କାର ଥିଲା, ତାହାକୁ ତାଙ୍କ ବୋହୂଙ୍କ ନାମରେ କରାଇଦେଲେ | ପୁଅର ମୃତ୍ୟୁ ପରେ ଯେଉଁ ବୀମା ରାଶି ୩ ଲକ୍ଷ ୭୬ ହଜାର ଟଙ୍କା ମିଳିଥିଲା, ତାହା ମଧ୍ୟ ବୋହୂଙ୍କ ନାମରେ ଜମା କରି ଦେଇଛନ୍ତି | ଯାହା ବି ତାଙ୍କର ଅଳଙ୍କାର ଥିଲା ସବୁକିଛି ତାଙ୍କୁ ଦେଇଛନ୍ତି ଏବଂ ଉଭୟ ଝିଅଙ୍କ ନାମରେ ଏଫ୍ଡି ମଧ୍ୟ ଅଛି |

ରାଜେଶ ସୋନିଙ୍କର ଜବଲପୁରରେ ଟ୍ରାନ୍ସପୋର୍ଟ ଏବଂ ରେଷ୍ଟୁରାଣ୍ଟର ବ୍ୟବସାୟ ଅଛି | ଯାହାର ସ୍ତ୍ରୀର ପ୍ରାୟ ତିନି ବର୍ଷ ପୂର୍ବେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା ଏବଂ ତାଙ୍କର କୌଣସି ସନ୍ତାନ ନାହାନ୍ତି | ତାଙ୍କ ପରିବାରରେ ଦୁଇ ଭାଇ ମଧ୍ୟ ଅଛନ୍ତି | କିନ୍ତୁ, କୌଣସି ଝିଅ ନାହାନ୍ତି |

ରାଜେଶ କହିଛନ୍ତି ଯେ ଯେତେବେଳେ ଏହି ପ୍ରସ୍ତାବ ଆସିଲା ସେତେବେଳେ ଆମେ ଏହି କଥାରେ ଖୁସି ହୋଇଥିଲୁ ଯେ ଘରକୁ ଦୁଇ ଝିଅ ଆସିବେ | ସମସ୍ତ ଲୋକମାନେ ରବି ଶଙ୍କର ସୋନିଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *