ବଡ଼ ଖବର : ଦିଶା ସଲିୟାନ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ପାଇଁ ଅନୁରୋଧକୁ ଖାରଜ କଲା ମୁମ୍ବାଇ କୋର୍ଟ

ସୁଶାନ୍ତ ସିଂ ରାଜପୁତଙ୍କର ପୂର୍ବତନ ମ୍ୟାନେଜର ଦିଶା ସଲିୟାନଙ୍କ ମୃତ୍ୟୁ ସମ୍ପର୍କରେ କୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ନିକଟରେ ତଦନ୍ତ ଆବେଦନ କରାଯାଇଥିଲା। ଯାହାକୁ ବର୍ତ୍ତମାନ ମୁମ୍ବାଇ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ଛଡା କୋର୍ଟ କହିଛନ୍ତିଯେ, ଯଦି କାହା ପାଖରେ ଏହି ବିଷୟକୁ ନେଇକି ପ୍ରମାଣ କିମ୍ବା ସୂଚନା ଅଛି, ତେବେ ସେ ପୋଲିସ ସହ ସ୍ଵତନ୍ତ୍ର ସମ୍ପର୍କ କରନ୍ତୁ।

ଦିଶା ସଲିୟାନଙ୍କ ମାମଲାରେ ଆବେଦନ ଖାରଜ:-

ମୁମ୍ୱାଇ ହାଇକୋର୍ଟର ମୁଖ୍ୟ ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ଜି ଏସ କୁଲକର୍ଣ୍ଣି କହିଛନ୍ତିକି, କୋୖଣସି ଏମିତି ଆବେଦନକୁ ଫାଇଲ କରିବା ପାଇଁ ଆବେଦନକାରୀ ଦିଲ୍ଲୀର ଓକିଲ ପୁନୀତ ଧଣ୍ଡାଙ୍କର ଏହି ମାମଲାରେ କୋୖଣସି ସମ୍ପର୍କ ନାହିଁ। ତେବେ ଆପଣ କିଏ? ଯଦି ଦିଶା ସଲିୟାଙ୍କ ମୃତ୍ୟୁରେ କେଉଁଠି ମଧ୍ୟ ଅସୁବିଧା ଅଛି ତେବେ ତାଙ୍କ ପରିବାରର ସଦସ୍ୟମାନେ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।ଏହି ଭଳି ନିର୍ଣ୍ଣୟ ନେଇ ମୁମ୍ବାଇ ହାଇକୋର୍ଟ ଦିଶା ସଲିୟାନଙ୍କ ମାମଲାରେ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

ଅଦାଲତ ଜାରି କରିଲା ନୂଆ ନିର୍ଦ୍ଦେଶ:-

ଏହି ବର୍ଷ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର ଦିଶା ସଲିୟାନଙ୍କ ମୃତ୍ୟୁ ୧୪ତମ ମହଲାରୁ ପଡିଯିବାରୁ ହୋଇଥିଲା। ଦିଶାଙ୍କ ମୃତ୍ୟୁ ପରେ ପୋଲିସ ଦୁର୍ଘଟଣା ବଶତଃ ମୃତ୍ୟୁ ହୋଇଥିବାର ରିପୋର୍ଟ ଦାଖିଲ କରିଥିଲେ। ଧଣ୍ଡା ଦିଶାଙ୍କ ମୃତ୍ୟୁ ମାମଲାରେ ଅନୁରୋଧ କରିଛନ୍ତିଯେ, ଦିଶାଙ୍କ ମୃତ୍ୟୁ ମାମଲା ସିବିଆଇକୁ ଦିଆଯାଉ ଏବଂ ଏହି ମାମଲା ହାଇକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ ହେବା ଉଚିତ। ବର୍ତ୍ତମାନ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହିତ କହିଛନ୍ତିଯେ, ଅଗଷ୍ଟ ୧ ତାରିଖରେ ମୁମ୍ବାଇ ପୋଲିସ ଦ୍ୱାରା ଏକ ପ୍ରେସ ଜାରି କରାଯାଇଥିଲା ଓ କୁହାଯାଇଥିଲାକି, ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଦିଶାଙ୍କ ମୃତ୍ୟୁ ସମ୍ବନ୍ଧୀୟ କୌଣସି ସୂଚନା ଅଛି। ତେବେ ସେ ସେହି ସୂଚନା ସ୍ଵତନ୍ତ୍ର ରୂପରେ କହିପାରିବେ।

ଉଚ୍ଚତମ ନ୍ୟାୟାଳୟ ଶୁଣାଣିକୁ କରିଲେ ମନା:-

ଅଦାଲତ କହିଲେକି,” ଏହା ଦେଖିବା ପାଇଁ ରେକର୍ଡ଼ରେ କିଛି ନାହିଁ ବୋଲି ୟାଚିକା କର୍ତ୍ତା ସିଧାସଳଖ ପୋଲିସକୁ ସମ୍ପର୍କ କରିଥିଲେ। ୟାଚିକାକର୍ତ୍ତା ସମ୍ପୂର୍ଣ୍ଣ ମାମଲାକୁ ସିଧାସଳଖ ଉଚ୍ଚତମ ନ୍ୟାୟାଳୟ ନିକଟରେ ରଖିଥିଲେ।” ଉଚ୍ଚତମ ନ୍ୟାୟାଳୟ ଗତ ମାସ ୟାଚିକା ଉପରେ ଶୁଣାଣିକୁ ମନା କରିଥିଲେ। ଯାହାପରେ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଥିଲାକି ଉଚ୍ଚ ନ୍ୟାୟାଳୟ ଯିବା ପାଇଁ। ଏହା ପରେ ଧଣ୍ଡା ସିଧାସଳଖ ଉଚ୍ଚ ନ୍ୟାୟାଳୟରେ ୟାଚିକା ଦାଖଲ କରିଥିଲେ। ୟାଚିକାକର୍ତ୍ତାଙ୍କ ଓକିଲ ଦଲିଲ୍ ହାଜିର କରିଥିଲେ,” ଅନେକ ମିଡ଼ିଆ ରିପୋର୍ଟରେ କୁହାଯାଇଛି କି, ଦିଶାଙ୍କ ମୃତ୍ୟୁ ହୋଇଛି ପୋଲିସ ବିନା ଯାଞ୍ଚରେ ମାମଲାକୁ ବନ୍ଦ କରିଦେଇଛି।’

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *