ଅଷ୍ଟ୍ରେଲିଆ ବନାମ ଭାରତ : ପ୍ରଥମ ଦିନିକିଆରେ ଭାରତକୁ ପରାସ୍ତ କଲା ଅଷ୍ଟ୍ରେଲିଆ,ଜାଣନ୍ତୁ ପୁରା ବିବରଣୀ

ଭାରତ ବନାମ ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆ ଭାରତକୁ ପ୍ରଥମ ଦିନକିଆ କରିଲା ପରାସ୍ତ, ଷ୍ଟିଭ ସ୍ମିଥ ହେଲେ ମ୍ୟାନ ଅଫ ଦ ମ୍ଯାଚ

ଭାରତ ବନାମ ଅଷ୍ଟ୍ରେଲିଆ:-

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନକିଆ ମୁକାବିଲା ଆଜି ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଛି। ଏହି ମ୍ଯାଚରେ ଅଷ୍ଟ୍ରେଲିଆ ଭାରତକୁ ୬୬ରନରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ ଓ ୫୦ ଅଭରରେ ଭାରତ ପାଇଁ ୩୭୪ରନର ଟାର୍ଗେଟ ରଖିଥିଲା। ଭାରତୀୟ ଦଳ ୫୦ଅଭରରେ ୮ ୱିକେଟ ହରାଇ ୩୦୮ରନ କରିପାରିଥିଲେ।

ଏହି ବିଜୟ ପରେ ଅଷ୍ଟ୍ରେଲିଆ ତିନୋଟି ଦିନକିଆ ମ୍ଯାଚ ସିରିଜରେ ୧-୦ ରେ ଆଗୁଆ ରହିଛି। ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୯୦ରନ କରିଥିଲେ। ନିଜର ଏହି ଇନିଙ୍ଗ୍ସରେ ପାଣ୍ଡ୍ୟା ୭୪ଟି ବଲର ସାମ୍ନା କରିଥିଲେ। ଏଥିରେ ସେ ସାତୋଟି ଚୌକା ଓ ଚାରୋଟି ଛକା ପିଟିଥିଲେ। ସେହିପରି ଶିଖର ଧାବନ ୮୬ଟି ବଲରୁ ୭୪ରନ କରିଥିଲେ।

ଏହା ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ଏରୋନ ଫିଞ୍ଚ ଓ ଷ୍ଟିଭ ସ୍ମିଥଙ୍କର ଶତକୀୟ ଇନିଙ୍ଗ୍ସ ଦ୍ଵାରା ଭାରତ ବିରୁଦ୍ଧରେ ନିଜର ସର୍ବାଧିକ ସ୍କୋର ରଖିଥିଲେ। ଫିଞ୍ଚ ଓ ସ୍ମିଥଙ୍କ ବ୍ଯତୀତ ଡେଭିଡ ୱାର୍ନର ମଧ୍ୟ ଭଲ ଇନିଙ୍ଗ୍ସ ଖେଳିଥିଲେ ଓ ଏକ ଅର୍ଦ୍ଧଶତକୀୟ ଇନିଙ୍ଗ୍ସ ଖେଳିଥିଲେ। ୱାର୍ନର ୭୬ଟି ବଲରୁ ୬ଟି ଚୌକା ସାହାଯ୍ୟରେ ୬୯ରନ କରିଥିଲେ। ଫିଞ୍ଚ ୧୨୪ଟି ବଲରୁ ୧୧୪ରନ କରିଥିଲେ। ସ୍ମିଥ ୬୬ଟି ବଲରୁ ଧମାକାଦାର ବ୍ୟାଟିଂ କରି ୧୦୫ରନ କରିଥିଲେ। ନିଜର ଏହି ଇନିଙ୍ଗ୍ସରେ ସ୍ମିଥ ୧୧ଟି ଚୌକା ଓ ଛଅଟି ଛକା ମାରିଥିଲେ। ସ୍ମିଥକୁ ତାଙ୍କର ଏହି ଇନିଙ୍ଗ୍ସ ପାଇଁ ମ୍ୟାନ ଅଫ ଦ ମ୍ଯାଚ ପୁରସ୍କାର ମିଳିଛି। ଭାରତ ପାଇଁ ମହମ୍ମଦ ସାମି ତିନୋଟି ୱିକେଟ ନେଇଥିଲେ।

ଭାରତ ପାଇଁ ମହମ୍ମଦ ସାମି ତିନୋଟି ୱିକେଟ ନେଇଥିଲେ। ବୁମରାହ, ସୈନୀ ଓ ଚହଲ ଗୋଟିଏ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଏଡମ ଜାମ୍ପା ୪ଟି, ଜୋଶ ହେଜଲବୁଡ ୩ଟି ଓ ଷ୍ଟାର୍କ ଗୋଟିଏ ୱିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *